ପିଲାଦିନ - ଭଗିରଥ ଦାସଙ୍କ ରଚନାରୁ



ହଜି ଯାଇଛି ଆଜି ବାଲିଘର ଖେଳ
ନା ବନଉଛେ ଧୂଳିରେ ଭାତ,ଡାଲି ଝୋଳ
ଖେଳୁ ନାହୁଁ ଆଜି ଆମେ
ସେଇ ଲୋଚକାଳି, ବୋଉଚୋରୀ ଖେଳ। 

ଭଡୁନାହିଁ ଆଜି ଆକାଶରେ କାଗଜର ଗୁଡି
ବିମାନ ଯାତ୍ରାରେ ସବୁ ଗଲେଣି ତ ଉଡ଼ି । 

ଶୁଣୁ ନାହୁଁ ଜେଜେମାଆ ପାଶେ ଗଳ୍ପ ବୁଢୀଅସୁରୁଣୀ
ସମସ୍ତେ ବ୍ଯସ୍ତ ଏଠି ହେବାପାଇଁ ଟିକଟକର ରାଜା, ରାଣୀ। 

ଖେଳୁ ନାହୁଁ ସେ ଟଣାଟଣି ନଡିଆ ବାହୁଙ୍ଗା
ଭାସୁ ନାହିଁ ଆଉ ବର୍ଷା ଦିନେ କାଗଜର ଡଙ୍ଗା। 

ସମୟ ସ୍ରୋତରେ ସବୁ ହେଉଛି ପରିବର୍ତ୍ତନ
ପୁରାତନ ଭୂଲି ଆପଣଉଛନ୍ତି ଆଧୁନିକରଣ। 

ନାହିଁ ଆଉ ସେ ବୁଡି, ପହଁରି ନଦୀରେ ଗାଧୁଆ
ଗୋଳିଆ ପାଣିରେ ଶରୀର ଦେଖା ନଯାଏ କଦୁଆ। 

ଧିରେ ଧିରେ ଭୂଲି ଗଲେଣି ନଟୁ,ଗୋଟି,କାଚଗୋଲି
ସମସ୍ତଙ୍କ ହାତେ ହାତେ ଅଛି ଏକ ବଡ ମୋବାଇଲ୍  

ପହିଲି ଆଶାଢ ବର୍ଷାରେ ଗଛେ ପାଚେ ଜାମୁକୋଳି
ଦଳ ଦଳ ପିଲା ଯାଇ ତାକୁ ଆଣୁଥିଲୁ ତୋଳି। 

ବର୍ତ୍ତମାନର ପିଲା କ'ଣ ଶିଖନ୍ତି ବଡ ବଡ ଗଛ ଚଢି
ପିଲାବେଳୁ ଚଳାନ୍ତି ଦାମିକା ମଟରସାଇକେଲ ଗାଡି

ଦିନ ଥିଲା ଗାଁ ଝିଅମାନେ ଖେଳୁଥିଲେ ଖେଳ ପୋଚି
ଆଜିକାଲି ଝିଅ ସେସବୁକୁ ମନେ ଦେଲେଣି ତ ପୋଛି। 

ଆଉ କି ଅଛି ପାଖେ ପୁରୁଣା ସାଇକେଲ୍ ଟାୟାର
ଗଡାଇ ଗଡାଇ ଦୌଡି ଯାଉ ନାହିୁଁ ଗାଁ ବନ୍ଦ ବାଡ। 

ଅବୁଝା ପିଲାମାନଙ୍କୁ ମାଆ ଧରାଏ ମୋବାଇଲ୍
ସଂଗେ ସଂଗେ ପିଲାମାନେ ସବୁ ଯାଆନ୍ତି  ଭୂଲି। 

ପୁରୁଣା ଖେଳ ଭୂଲି, ଖେଳନ୍ତି ମୋବାଇଲ୍ ଗେମ୍
ଅତୀତକୁ ସାଇତି ରଖନ୍ତି , 
ପାଖେ ରଖି ଏକ ବଡ ଫୋଟୋ ଆଲବମ୍। 

ଆଜିକାଲି ପିଲା ମୋବାଇଲ୍ ନିଶାରେ ଆସକ୍ତ
ତାଙ୍କ  ବ୍ଯବହାର ଅନ୍ୟମାନଙ୍କୁ ଲାଗେ ବିଷାକ୍ତ

ଆହା କି ସୁନ୍ଦର ଥିଲା ଆମ ପିଲାବେଳ ଦିନ 
ବସିକି ଅବା ଶୋଇକରି ଭାବିଲେ ଭାଂଗିଯାଏ ମନ     
 
ଭଗିରଥ ଦାସ
ତିହିଡ଼ି, ଭଦ୍ରକ 

Post a Comment

0 Comments